PM Modi conferred with Cyprus' highest civilian honour
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍ ରେ ସମ୍ମାନିତ କରିଛନ୍ତି ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ।
 
ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବୋଲି କହିଛନ୍ତି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୪ରୁ ଏପର୍ଯ୍ୟନ୍ତ ୨୩ ଦେଶରେ ସର୍ବୋଚ୍ଚ ଅନ୍ତର୍ଜାତୀୟ ସମ୍ମାନ ମିଳିସାରିଛି ।
 
ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୩ ରାଷ୍ଟ୍ର ଗସ୍ତରେ ବାହାରି ପ୍ରଥମେ ସାଇପ୍ରସରେ ପହଞ୍ଚିଥିଲେ । ସେ ସାଇପ୍ରସରୁ କାନାଡା ଯିବେ ଏବଂ G7 ଶିଖର ସମ୍ମିଳନୀରେ ଯୋଗଦେବେ । ଏହା ପରେ ସେ କ୍ରୋଏସିଆ ଗସ୍ତ କରିବେ ।

By Nirvay

Leave a Reply

Your email address will not be published. Required fields are marked *