ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜି-୨୦ଶିଖର ସମ୍ମିଳନୀର ପ୍ରଥମ ଦିନରେ ଅଭିଭାଷଣ ଦେଇ ବିଶ୍ୱ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଏକ ବିଶ୍ୱ ସ୍ୱାସ୍ଥ୍ୟସେବା ପ୍ରତିକ୍ରିୟା ଦଳ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଡ୍ରଗ୍ସ-ଆତଙ୍କବାଦକୁ ମୁକାବିଲା କରିବା ପାଇଁ G20 ପଦକ୍ଷେପ ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା, ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, କୋରିଆ, ବ୍ରାଜିଲ, ଅଷ୍ଟ୍ରେଲିଆ, ଇଂଲଣ୍ଡ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି । Post navigation Low-Pressure: ସୃଷ୍ଟି ହେଲା ଲଘୁଚାପ, ୨୪ ରେ ଅବପାତ Odisha State Day: ନୂଆଦିଲ୍ଲୀରେ ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ