ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ବିମାନ ବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ସ୍ବାଗତ କରାଯାଇଥିଲା। ଏହାପରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ। ରାଜ୍ୟ କାର୍ଯ୍ୟାଳୟରେ ସେ ଦଳୀୟ ନେତାଙ୍କ ସହ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିବେ। ଏହି ଅବସରରେ ରାଜ୍ୟ ବିଜେପି ଶୀର୍ଷ ନେତା ଓ କେନ୍ଦ୍ରୀୟ ବିଜେପି ନେତାମାନେ ଉପସ୍ଥିତ ରହିବେ ବୋଲି ଜଣା ପଡ଼ୁଛି। ଓଡ଼ିଶାରେ ବିଜେପିର ନିର୍ବାଚନ ପରିଚାଳନ ଦାୟିତ୍ୱରେ ଥିବା ନେତାଙ୍କ ସହ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ସ୍ଥିତି ନେଇ ସମୀକ୍ଷା କରିବେ । ଆଜି ଭୁବନେଶ୍ୱରରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ବିଶାଳ ରୋଡ୍ ସୋ’। ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦୀଙ୍କ ରୋଡ୍ ସୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ସକାଳ ୯.୩୦ ରେ ଅନୁଗୁଳ ଓ ୧୧.୩୦ ରେ କଟକରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। Post navigation ବାତ୍ୟା ପାଇଁ ଆକଳନ ହୋଇନି : ପାଣିପାଗ ନିର୍ଦ୍ଦେଶିକା ଜନସଭାରେ ଭାଷଣ ନ ଦେଇ ଫେରିଲେ ରାହୁଲ ଓ ଅଖିଳେଶ