ଆଜି ଚାଷୀମାନଙ୍କୁ ମିଳିଛି ପିଏମ କିଷାନ ସମ୍ମାନ ନିଧି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରଣାସୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିଛନ୍ତି। ବରଗଡ଼ର ଜର୍ଜ ହାଇସ୍କୁଲ ପଡିଆରେ ପିଏମ କିସାନ ଉତ୍ସବରେ ଯୋଗଦେଇଛନ୍ତି। ବରଗଡ଼ର ସମସ୍ତ ଚାଷୀ ପିଏମ୍‌ କିଷାନ ଟଙ୍କା ପାଇବେ ବୋଲି କହିଛନ୍ତି।

ଏହା ତାଙ୍କର ପ୍ରଥମ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ଉପସ୍ଥିତ ଅଛନ୍ତି। ଉଲ୍ଲେଖ ଯେ ପିଏମ୍‌ କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଯେଉଁ ଚାଷୀ ପାଇନାହାନ୍ତି ୧୫ ଦିନ ଭିତରେ ଟଙ୍କା ପାଇବେ। ଏହା ହେଉଛି ଯୋଜନାର ୧୭ତମ କିସ୍ତି। ଦେଶର ୯କୋଟି ୨୬ଲକ୍ଷ ଚାଷୀ ଏହାଦ୍ବାରା ଆର୍ଥିକ ସହାୟତା ପାଇବେ। ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ।

Leave a Reply

Your email address will not be published. Required fields are marked *