ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି, ସିଆଇଆଇ-ଏଣ୍ଟରପ୍ରାଇଜ ସିଙ୍ଗାପୁର ଇଣ୍ଡିଆ ରେଡି ଟ୍ୟାଲେଣ୍ଟ ପ୍ରୋଗ୍ରାମର ଏକ ଅଂଶ ଭାବରେ ଭାରତରୁ ଆସିଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣ ଏବଂ ସିଙ୍ଗାପୁରର ଇଣ୍ଟର୍ଣ୍ଣମାନଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଏଇଏମ୍ ହୋଲ୍ଡିଂସରେ କାମ କରୁଥିବା ଭାରତୀୟ ଇଞ୍ଜିନିୟରଙ୍କ ଏକ ଦଳକୁ ମଧ୍ୟ ମୁଁ ଭେଟିଥିଲି। ଏଭଳି ସହଯୋଗ ବାସ୍ତବରେ ବିଶେଷ ଏବଂ ପ୍ରତିଭା ତଥା ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରେ। ଅନ୍ୟପକ୍ଷରେ ସିଙ୍ଗାପୁରରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଗସ୍ତର ଦ୍ୱିତୀୟ ଦିନ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଛି । ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି । ସିଙ୍ଗାପୁର ପାର୍ଲାମେଣ୍ଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। Post navigation ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ୬ ମାଓବାଦୀ ନିହତ ସହିଦ ମାଧୋ ସିଂ ଯୋଜନା: ହାତ ଖର୍ଚ୍ଚ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା