ପିଏମ ଆବାସ ଯୋଜନା ପାଇଁ ଆଜିଠାରୁ ସର୍ଭେ ଆରମ୍ଭ । ପୁରୀ ଜିଲ୍ଲା ଅର୍ଜୁନସିଂହପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ। ପୁରୀରୁ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପିଏମ୍‌ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ କରାଯାଇଛି। ଏହି ସର୍ଭେ ଆଗାମୀ ଦେଢ଼ ମାସ ପର୍ଯ୍ୟନ୍ତ ଜାରି ରହିବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ପୁରୀ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି। ଲୋକଙ୍କ ଦୁଃଖ ବୁଝିଛନ୍ତି। ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଲେ ।  ସେମାନେ ହେଲେ ଉମା ବେହେରା, ସଞ୍ଜୁ ବେହେରା, ଜୁନା ବେହେରା, ମମତା ବେହେରା ଓ କୁମା ବେହେରା ।

ଏହା ସହିତ ମନ୍ତ୍ରୀ ରବି ନାଏକ କହିଛନ୍ତି ଯୋଗ୍ୟତାର ମାନ କୋହଳ କରାଯାଇଛି କହିଲେ ବିଭାଗୀୟ ମନ୍ତ୍ରୀ । ସେ ଆଉ ମଧ୍ୟ କହିଛନ୍ତି ସର୍ଭେରୁ ଜଣାପଡିଛି ତାଲିକାରେ ପ୍ରକୃତ ଗରିବଙ୍କ ନାଁ ନାହିଁ। ଏଣିକି କେହିବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ।

ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ । ମାସିକ ୧୫ ହଜାରରୁ କମ୍‌ ଆୟ ପରିବାର ସାମିଲ ହୋଇପାରିବେ । ଏମିତିକି ବାପାଙ୍କ ଅଲଗା ହୋଇଥିବା ପୁଅଙ୍କୁ ଅଲଗା ଆବାସ ଯୋଜନା ମିଳିବ । ସେହିପରି କିପରି ‘ଆବାସ ପ୍ଲସ୍’ (AwaasPlus) ମୋବାଇଲ୍ ଆପ୍ ଜରିଆରେ ଆବେଦନ କରିହେବ । ଏହା ସହିତ ଅଫଲାଇନରେ ମଧ୍ୟ ଆବେଦନ କରିହେବ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୪-୬୭୧୭୭୭୭ରେ ଯୋଗାଯୋଗ କରିପାରିବେ ହିତାଧିକାରୀ ।

Leave a Reply

Your email address will not be published. Required fields are marked *