ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ।ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ଆଜି ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ ମୃଣାଳକାନୀ ଦାସ ।

ଚଳତବର୍ଷ ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । କଳାରେ ୨ ଲକ୍ଷ ୫୬ ହଜାର ୪୩ ଜଣ, ବାଣିଜ୍ୟରେ ୨୪ ହଜାର ୫୩୩ ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୨୩୮ ଜଣ ଏବଂ ଧନ୍ଦମୂଳକରେ ୫ ହଜାର ୯୨୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ସେହିପରି ଜାନୁୟାରୀ ୨ ତାରିଖରୁ ୧୫ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ । ମୋଟ୍ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା । ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ୨୧୦ଟି ହବ୍‌ AI କ୍ୟାମେରା ନଜରରେ ରହିବ ।

ଡିସେମ୍ବର ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ୍ ପରୀକ୍ଷା ହେବ । ଯେଉଁମାନେ ଏହି ସମୟରେ ପରୀକ୍ଷା ଦେଇ ପାରିବେ ନାହିଁ ସେମାନେ ଜାନୁୟାରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ଇଣ୍ଟରନାଲ୍ ପରୀକ୍ଷା ଦେଇ ପାରିବେ । ସେହିପରି ସାରା ରାଜ୍ୟରେ ମୋଟ ୧୩୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୨୧୦ଟି ହବ୍ ରହିଛି ।

Leave a Reply

Your email address will not be published. Required fields are marked *