ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ନେଇ ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ଆଜି ବାତିଲ୍‌ ହୋଇଛି। ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ବାତିଲ୍ ହୋଇଛି। ଏ ନେଇ ଅନିବାର୍ଯ୍ୟ କାରଣ ଦର୍ଶାଇ ଓପିଏସସି ସମ୍ପାଦକ ପରୀକ୍ଷା ବାତିଲ କରିଛନ୍ତି। ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ଲିଖିତ ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁଯାୟୀ ପରୀକ୍ଷା ହେବ। ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *