People of odisha fed up with goondaraj of BJP workers: BJD

ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ ।

ରାଜ୍ୟରେ ନୂଆ ସରକାରକୁ କଡା ନିନ୍ଦା କରି ରାଜ୍ୟରେ କଙ୍ଗାରୁ କୋର୍ଟ ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଆଦିବାସୀଙ୍କୁ ମାଡ଼ ମାରିଛନ୍ତି ଅଣଆଦିବାସୀ । ବିଜେପିର ସାତ ମାସର ସରକାରରେ ରାଜ୍ୟରେ ଅରାଜକତା, ଅମାନବୀୟ କାଣ୍ଡ ବଢିବାରେ ଲାଗିଛି ।

ଚଳିତ ଡିସେମ୍ବର ୨୬ ରେ ରେମୁଣାର ମୁଖୁନା ପଞ୍ଚାୟତର ଛଣପଣପୁର ଗାଁରେ ଆଦିବାସୀ ମହିଳାଙ୍କୁ ଆକ୍ରମଣ ହୋଇଛି । ବାଦଲ ପଣ୍ଡା ନାମକ ଜଣେ ବିଜେପି କର୍ମୀ ଆଦିବାସୀ ମହିଳା ମୁନି ସିଂ, ବନ୍ଧୁ ସୁବସିନୀ ସିଂ ଓ ସୁକାନ୍ତି ସିଂଙ୍କୁ ଘରୁ ଟାଣି ଘୋଷାରି ଲୁଗାପଟା ଛିଡାଇ ଗଛରେ ବାନ୍ଧି ପିଟିଥିଲେ ।

ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନୂଆ ସରକାରରେ ଅପରାଧୀଙ୍କ ରାଜ ଚାଲିଛି । ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ମୁଖ୍ୟ ଅଭିଯୁକ୍ତ ବାଦଲ ପଣ୍ଡା କାହା ସାହାସରେ ଏଭଳି ଘଟଣା ଘଟାଇଛନ୍ତି । ପୋଲିସ ପୋଲିସ କାହା ନିର୍ଦ୍ଦେଶରେ ଅଭିଯୁକ୍ତ ବାଦଲ ପଣ୍ଡାକୁ ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ବାଦଲ ପଣ୍ଡା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ପୋଲିସ ତାକୁ ଗିରଫ କରୁନାହିଁ ବୋଲି କହିଛି ବିଜେଡି ।

By Nirvay

Leave a Reply

Your email address will not be published. Required fields are marked *