ପାଟନା ହାଇକୋର୍ଟ ସଂରକ୍ଷଣ ପ୍ରସଙ୍ଗରେ ବିହାର ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା ପରେ ବିହାର ସରକାରଙ୍କ ଦ୍ଵାରା ସଂରକ୍ଷଣ ସୀମା ବୃଦ୍ଧି କରିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ୬୫ ପ୍ରତିଶତ ସଂରକ୍ଷଣ ରଦ୍ଦ କଲେ ପାଟନା ହାଇକୋର୍ଟ । ଗତବର୍ଷ ବିହାର ବିଧାନସଭାରେ ପାସ ହୋଇଥିଲା ସଂରକ୍ଷଣ ବିଲ୍ । ଏହି ବିଲ୍‌ରେ ପଛୁଆ ବର୍ଗଙ୍କ ସଂରକ୍ଷଣ ୫୦ରୁ ୬୫ ପ୍ରତିଶତ ବଢ଼ାଯାଇଥଲା ।ମାମଲାର ଶୁଣାଣି କରି ସଂରକ୍ଷଣ ରଦ୍ଦ କଲେ ପାଟନା ହାଇକୋର୍ଟ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ କେବଳ ପୂର୍ବରୁ ସ୍ଥିର ହୋଇଥିବା ସଂରକ୍ଷଣ ସୀମା ପ୍ରଯୁଜ୍ୟ ରହିବ।

ଏହି ମାମଲାରେ ପାଟନା ହାଇକୋର୍ଟ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିଶନର ଶୁଣାଣି କରିଥିଲେ। ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ ଯାହା ଗୁରୁବାର ଘୋଷଣା କରାଯାଇଛି। ପ୍ରଧାନ ବିଚାରପତି କେ.ଭି ଚନ୍ଦ୍ରନଙ୍କ ଡିଭିଜନ ବେଞ୍ଚ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଆବେଦନ ଉପରେ ଦୀର୍ଘଦିନ ଧରି ଶୁଣାଣି କରିଥିଲେ। ଆଡ୍‌ଭୋକେଟ ଜେନେରାଲ ପି.କେ ଶାହି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ। ଏହି ଶ୍ରେଣୀର ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଅଭାବରୁ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିଛନ୍ତି ବୋଲି ସେ କୋର୍ଟଙ୍କୁ କହିଛନ୍ତି। ଆନୁପାତିକ ଭିତ୍ତିରେ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିନାହାନ୍ତି।

Leave a Reply

Your email address will not be published. Required fields are marked *