କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ଘଟିଛି । କଟକ ଏସସିବି ମେଡିକାଲ ଛାତରୁ ଅତଡ଼ା ଖସିବା କାରଣରୁ ଜଣେ ରୋଗୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପୁରୁଣା ମେଡିସିନ ୱାର୍ଡର ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ରୋଗୀ ଜଣଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ମେଡ଼ିକାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । Post navigation Odisha Pradesh Mahila Congress: ଆରମ୍ଭ ହେଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର Odisha Cold Wave: ଶୀତରେ ଥରୁଛି ଓଡ଼ିଶା; ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ