୨୦୨୬ର ପ୍ରଥମ ପଥ ଉତ୍ସବ କରାଯାଉଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟରେ ଏହି ପଥ ଉତ୍ସବ ଅନୁଷ୍ଠିତ କରାଯାଇଛି। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ “ପଥ ଉତ୍ସବ” ଅନୁଷ୍ଠିତ ହୋଇଛି। ହଜାର ହଜାର ଲୋକ ଏକାଠି ହୋଇ ଉତ୍ସବର ମଜା ନେଉଛନ୍ତି । ସକାଳୁ ସକାଳୁ ସଙ୍ଗୀତ, ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଦର୍ଶକ। ଏହାସହିତ ରଙ୍ଗୋଲି ଛିଟାରେ ଝଲସୁଛି ଭୁବନେଶ୍ବର ଜନପଥର ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ରାସ୍ତା।

ଓଡ଼ିଶାର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହ ସହରବାସୀଙ୍କ ମନୋରଞ୍ଜନ ଓ ଶରୀରର ଫୁର୍ତ୍ତିକୁ ନେଇ ପ୍ରତିବର୍ଷ ରାଜଧାନୀରେ ଦୁଇଥର ପଥ ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଏଥିରେ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଛି। ଆବର୍ଜନାରୁ ଦରକାରୀ ଜିନିଷ ବନାଇବା, କ୍ୟାନ୍ସରର ଓ ମଦ ପାଇଁ ସଚେତନତା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପାରମ୍ପରିକ କଳା ଓ ନୃତ୍ୟ ପ୍ରଦର୍ଶନ ଲୋକଙ୍କ ମନକୁ ବେଶ ଛୁଇଁଥିଲା। ଏହି ପଥ ଉତ୍ସବରେ ସବୁ ବର୍ଗର ମହିଳା ପୁରୁଷ, ଶିଶୁ ଓ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ।

ଅନ୍ୟପଟେ ଆୟୋଜନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଗତକାଲି ଠାରୁ ରାତି ୧୧ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ସମସ୍ତ ପ୍ରକାର ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି ।

ପଥୋତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର ଭୁବନେଶ୍ବର ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଉପସ୍ଥିତ ଥିଲେ। ଶୀତରେ ଉଷ୍ମତା ଭରିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କମେଡିରେ ହସି ହସି ବେଦମ କଲେ ପପୁ ପମପମ୍।

Leave a Reply

Your email address will not be published. Required fields are marked *