ବ୍ରାଜିଲ୍‌ର ସାଓ ପାଉଲ୍‌ରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଏପାସ୍‌ ଏଟିଆର-୭୨ ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୧ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫୭ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି। ଜଣେ ଯାତ୍ରୀ ବିଳମ୍ବରେ ଆସିବାରୁ ସେ ବିମାନରେ ଯାତ୍ରା କରିପାରିନଥିଲେ ତେଣୁ ସେ ଅଳ୍ପକେ ବିମାନ ଦୁର୍ଘଟଣାରୁ ରକ୍ଷାପାଇଯାଇଛନ୍ତି।

ସୂଚନା ମୁତାବକ; ଭୋଓପାସ୍ ଲିନହାସ ଏୟାରସ୍ ଦ୍ଵାରା ପରିଚାଳିତ ଏଟିଆରି-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନ ଜନଶୁନ୍ୟ ଅଞ୍ଚଳ ଥିବାରୁ ବିମାନରେ ଥିବା ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ଛଡ଼ା ଆଉ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *