ଗତକାଲି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ-୨୦୨୪ । ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗୀଙ୍କ ପାଇଁ ଅପେକ୍ଷା କରିଛି ୩୨୯ ସ୍ବର୍ଣ୍ଣ ପଦକ । ଏଥର ଷ୍ଟାଡିୟମରେ ନୁହେଁ, ନଦୀରେ ହୋଇଛି ଉଦଘାଟନୀ ଉତ୍ସବ । ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥୋମାସ ବାକଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ବିଶ୍ବ କ୍ରୀଡା ମହୋତ୍ସବର ଉଦଘାଟନ କରିଛନ୍ତି । ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସୁନ୍ଦର ସିଏନ୍ ନଦୀରେ ୬ କିଲୋମିଟର ମାର୍ଗ ଅତିକ୍ରମ କରି ଡଙ୍ଗାରେ ଆଥଲେଟ୍ସଙ୍କ ପରେଡ ଅନୁଷ୍ଠିତ ହୋଇଛି ।

ପ୍ୟାରିସ ଅଲିମ୍ପିକ୍ସରେ ୨୦୬ ଟି ଦେଶର ୧୦ ହଜାରରୁ ଅଧିକ ଖେଳାଳି ଭାଗ ନେଇଛନ୍ତି । ସେଥି ମଧ୍ୟରୁ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ମୋଟ ୧୧୭ ଭାରତୀୟ ଆଥଲେଟ ମଧ୍ୟରୁ ୭୮ ଟି ଆଥଲିଟ୍ ଏବଂ ୧୨ ଟି ବିଭିନ୍ନ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଛନ୍ତି ।

ଅନ୍ୟପଟେ ବିଶ୍ବ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆଜି ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଭାରତୀୟ କ୍ରୀଡାପ୍ରେମୀଙ୍କ ନଜର ରହିଛି। ଆଜିଠୁ ଭାରତୀୟ ହକି ଦଳ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ତୀରନ୍ଦାଜି, ଟେନିସ, ବ୍ୟାଡମିଣ୍ଟନ ସମେତ ବିଭିନ୍ନ ବିଭାଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ଯାଉଛନ୍ତି ଭାରତୀୟ କ୍ରୀଡାବିତ୍ ।

ସେହିପରି ସୋସିଆଲ ମିଡିଆରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏକ ହୃଦୟସ୍ପର୍ଶୀ ପୋଷ୍ଟରେ ଶରଥ କମଲ ଏବଂ ପିଭି ସିନ୍ଧୁ ଗର୍ବର ସହିତ ସେମାନଙ୍କର ଉଦଘାଟନୀ ସମାରୋହର ପୋଷାକ ପିନ୍ଧିଥିବା କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଆଥଲେଟନେ ମଧ୍ୟ ଭାରତୀୟ ପତାକା ଧରି ଆନନ୍ଦିତ ହୋଇଥିଲେ। ଇତିହାସରେ ପ୍ରଥମ ଥର ପାଇଁ ଏକ ଷ୍ଟାଡିୟମ ବାହାରେ ଏକ ଅଲିମ୍ପିକ୍ ଗେମ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *