ଓଡ଼ିଶାରେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ  । ସେ କହିଛନ୍ତି ଆଗାମୀ ୨୦୨୬ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ପଞ୍ଚାୟତ ପୁନର୍ଗଠନ ହେବ । ସେହିପରି ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ରାଜ୍ୟପାଳ ଏ ବିଷୟରେ ଗତକାଲି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ବିଭିନ୍ନ ରାଜ୍ୟରେ ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ବି ଅଛି। ତେଣୁ ପଞ୍ଚାୟତର ପୁନର୍ଗଠନ ପାଇଁ ନିର୍ଣ୍ଣୟ ନେଇଛୁ । ଲୋକଙ୍କ ସୁବିଧା ଓ ବୃହତ ପଞ୍ଚାୟତ ଉନ୍ନତି ଦୃଷ୍ଟିରୁ ପଞ୍ଚାୟତ ପୁନର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଆଇନର ପରିସର ମଧ୍ୟରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବା ପାଇଁ ରାଜ୍ୟପାଳ ଏକ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟପାଳ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଏ ସମ୍ପର୍କିତ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରସ୍ତାବକୁ ଗ୍ରହଣ କରିଛୁ ଏବଂ ଜିପିଗୁଡ଼ିକୁ ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଦ୍ୱାରା ସମସ୍ତ ଯୋଜନା ଲୋକଙ୍କ ପାଖରେ ସୁବିଧାରେ ପହଁଚି ପାରିବ ।

Leave a Reply

Your email address will not be published. Required fields are marked *