Panchayat Elections to Be Held in March; Notification After Sep 5-sec
ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । 
 
ପଞ୍ଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଏଥିପାଇଁ ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ । ସର୍ଭେ ପରେ ପ୍ରସ୍ତୁତ ଭୋଟର ତାଲିକାକୁ ନେଇ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ । ସମସ୍ତ ପ୍ରକ୍ରିୟା ଶେଷ କରି ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
 
ତେବେ ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ପଞ୍ଚାୟତ ନିର୍ବାଚନ ନେଇ ଚୂଡ଼ାନ୍ତ ଘୋଷଣା ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ କରାଯିବ। ଅର୍ଥାତ୍ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।
 
ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ ।
 
ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ ଦ୍ବନ୍ଦ୍ବ ରହିଛି । କିଛି ମାସ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ସଚିବ କହିଥିଲେ, ଜନଗଣନା ପାଇଁ ବିଳମ୍ବ ହୋଇପାରେ ନିର୍ବାଚନ । ଆଉ ଏସବୁ ଭିତରେ ସାକ୍ଷାତକାର ଦେଇ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ମଧୁସୂଦନ ପାଢ଼ୀ ।
 
ମାର୍ଚ୍ଚରେ ପଞ୍ଚାୟତ ବିଗୁଲ୍:
 
➡️ମାର୍ଚ୍ଚ ମାସରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ
 
➡️ମାର୍ଚ୍ଚ ୫ରେ ସରିବ ଜନଗଣନା ପ୍ରକ୍ରିୟା
 
➡️ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
 
➡️ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ
 
➡️ରାଜ୍ୟରେ ୫ ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ
 
➡️ପଞ୍ଚାୟତ ନିର୍ବାଚନ ସରିବା ପରେ ଏହାର ୧୫ ଦିନ କିମ୍ବା ମାସେ ଭିତରେ ପୌର ନିର୍ବାଚନ ହେବ
 
➡️ପଞ୍ଚାୟତ ନିର୍ବାଚନ ବାଲାଟରେ ଓ ପୌର ନିର୍ବାଚନ ଇଭିଏମ୍‌ରେ ହେବ
 
➡️ପଞ୍ଚାୟତ ନିର୍ବାଚନ ପାଇଁ ୯୧ ହଜାର ବୁଥ୍‌ ପ୍ରସ୍ତୁତ ଅଛି
 
➡️ଅକ୍ଟୋବର ୨୪ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ସର୍ଭେ ହେବ
 
➡️ଫେବ୍ରୁଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ
 
➡️ଗୋଟିଏ ଅଞ୍ଚଳର ଭୋଟର୍‌, ଗୋଟିଏ ୱାର୍ଡରେ ରହିବେ, ଏହା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ
 
➡️୨୦୨୭ରେ ଏକକାଳୀନ ହେବ ସମ୍ବଲପୁର, ରାଉରକେଲା, ପୁରୀ ମହାନଗର ନିଗମର ନିର୍ବାଚନ
 
➡️ବାକି ଥିବା ପଞ୍ଚାୟତର ଉପନିର୍ବାଚନ ମଧ୍ୟ ୨୦୨୭ରେ ହେବ
 
➡️ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ସରିବ

By Nirvay

Leave a Reply

Your email address will not be published. Required fields are marked *