ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ମୌସୁମୀ ପାଇଁ ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ ପାଇଁ ହେବାକୁଥିବା ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ଜୁନ୍ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା । ସୂଚନା ଯୋଗ୍ୟ; ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା। ସେଥିପାଇଁ ଖାଲି ପଡ଼ିଥିବା ସମସ୍ତ ଆସନ ପାଇଁ ଜୁନ ୨୩ରେ ପଞ୍ଚାୟତ ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଥିଲା ବିଜ୍ଞପ୍ତି। କିନ୍ତୁ ମୌସୁମୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । Post navigation ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱଛୁଟି; ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ: ୫୫ ମୃତ