ପୁଣି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀର ସାମ୍ବା ସେକ୍ଟରରେ ଏବଂ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି ।
 
ତେବେ ଭାରତ, ପାକିସ୍ତାନୀ ଡ୍ରୋନକୁ ମାରି ଖସାଇ ଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେମିତି କିଛି ବଡ଼ ବିପଦ ନାହିଁ ବୋଲି ସେନା ସ୍ପଷ୍ଟ କହିଛି । ଏହାପରେ ପୁରା ସହରକୁ ବ୍ଲାକ୍ ଆଉଟ୍ କରାଯାଇଛି ।
 
ଆଜି ଉଭୟ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *