ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ଭାରତରେ ବ୍ୟାନ୍‌ । ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାରି ମଧ୍ୟରେ ଉତ୍ତେଜନାମୂଳକ ଟିପ୍ପଣୀ ପାଇଁ ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରିଛନ୍ତି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଥିଲେ  ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥାଏ, ତେବେ ଏହା ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବ ।

ଏହାପୂର୍ବରୁ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍‌ କରିଥିଲେ। ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍‌ କରାଯାଇଛି।

Leave a Reply

Your email address will not be published. Required fields are marked *