ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍ ପଡିବା ଘଟଣାର ସ୍ପଷ୍ଟୀକରଣ ରଖିଛି ଏନ୍ସିଇଆର୍ଟି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ଦ୍ଵିତୀୟ ଖଣ୍ଡରେ ପାଇକ ବିଦ୍ରୋହ ବିଷୟ ସ୍ଥାନ ପାଇବ ବୋଲି କହିଛି ଏନସିଇଆରଟି । ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ ଏବଂ ପଞ୍ଜାବର କୁକା ଆନ୍ଦୋଳନ ବା ଶିଖ୍ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ବୋଲି ସ୍ପଷ୍ଟୀକରଣ ରଖିଛି ଏନ୍ସିଇଆର୍ଟି । Post navigation ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟାକୁ ନେଇ ହାଇକୋର୍ଟଙ୍କ ଟିପ୍ପଣୀ ପରେ ବିରୋଧୀଙ୍କୁ ବିଜେପିର ଟାର୍ଗେଟ