ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମିଳିବ ମାସକୁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି । ଚଳିତ ଜାନୁଆରୀ ମାସଠାରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ବିଜେତାଙ୍କୁ ସହାୟତା ରାଶି ଦେବେ ରାଜ୍ୟ ସରକାର।

ଏଥିରେ ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ।

ସୂଚନା ଯୋଗ୍ୟ; ପୂର୍ବ ବିଜେଡି ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏବେ ଏହାକୁ ବଢ଼ାଯାଇ ମାସିକ ୩୦ ହଜାର ଟଙ୍କା ସହାୟତା ରାଶି କରାଯାଇଛି।

Leave a Reply

Your email address will not be published. Required fields are marked *