ନଭେମ୍ବରରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ଧାନ କିଣା ସଂପର୍କରେ ସୂଚନା ଦେଇ କହିଛନ୍ତି ବରଗଡ ସୋହେଲାରୁ ଆରମ୍ଭ ହେବ ଧାନ କିଣା । ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ । ଏମଏସପି ଠାରୁ ଅଧିକ ୮୦୦ ଟଙ୍କା ଦେଇ କିଣାଯିବ । ସେହିପରି ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ପଞ୍ଜିକରଣ ଉପରେ ସରକାର ଗୁରୁତ୍ଵ ଦେଇଛନ୍ତି । ଏହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ ।

ବିଜେପି ମୁଖପାତ୍ର ସମୀର ଦାସ ଆଉ ମଧ୍ୟ କହିଛନ୍ତି ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ । ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ ।

Leave a Reply

Your email address will not be published. Required fields are marked *