ଥାଇଲାଣ୍ଡରୁ ଧରାପଡିଲେ ଲୁଥ୍ରା ବ୍ରଦର୍ସ । ଗୋଆ ନାଇଟ୍ କ୍ଲବ୍ ଅଗ୍ୱିକାଣ୍ଡ ଘଟଣାରେ ଫେରାର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡ ପୋଲିସ ଅଟକ ରଖିଛି । ଭାରତର ଅନୁରୋଧ ପରେ ଥାଇ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି । ଭାରତ ସରକାରଙ୍କ ଅନୁରୋଧ ପରେ ଦୁଇ ଭାଇଙ୍କୁ ଅଟକ ରଖାଯାଇଛି । ହେପାଜତକୁ ନେବାକୁ ଖୁବ ଶୀଘ୍ର ଥାଇଲାଣ୍ଡ ଯିବ ଗୋଆ ପୋଲିସ । ୬ ତାରିଖରେ ନାଇଟ୍ କ୍ଲବରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ନାଇଟ୍ କ୍ଲବର ଫାଉଣ୍ଡର ଥିଲେ ଲୁଥ୍ରା ବ୍ରଦର୍ସ, ଘଟଣା ପରଠୁ ଫେରାର ଥିଲେ ସୂଚନାନୁସାରେ, ଗୋଆ ପୋଲିସର ଅନୁରୋଧ ରକ୍ଷା କରି ବୈଦେଶିକ ମନ୍ତ୍ରୀ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ ରବ୍ଦ କରିଥିଲା । ତେଣୁ ଉଭୟେ ଥାଇଲାଣ୍ଡର ଫୁକେଟ ସହରରୁ ବାହାରକୁ ଯାଇପାରିନଥିଲେ । ସେଠାରେ ତାଙ୍କୁ ଥାଇ ପୋଲିସ ଅଟକ ରଖିଛି । ଖୁବ୍ ଶୀଘ୍ର ଦୁଇ ଭାଇଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବ । Post navigation T20 Match: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦