Over 6.23 lakh Subhadra Yojana applications under consideration
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ  ୬ ଲକ୍ଷ ୨୩ ହଜାର ୫୫୫ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ରହିଛି । ୧ କୋଟି ୩୭ ଲକ୍ଷ ୫୯୪୧ ଜଣ ପ୍ରଥମ କିସ୍ତି ପାଇଥିବାବେଳେ ୧ କୋଟି ୧୯ ଲକ୍ଷ ୨୭୨୪ ଜଣ ଦ୍ୱିତୀୟ କିସ୍ତି ପାଇଛନ୍ତି । ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ପାଇଛନ୍ତି ତୃତୀୟ କିସ୍ତି ।
 
ସୁଭଦ୍ରା ଯୋଜନାରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି । ବିଜେଡି ବିଧାୟକ ଗଣେଶ୍ୱର ବେହେରା ପଚାରିଥିବା ଏହି ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି ।
 
କହିରଖୁଛୁ ଯେ, ଆଜି ସୁରୁଖୁରୁରେ ଚାଲିଛି ବିଧାନଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଛିି ।
Over 6.23 lakh Subhadra Yojana applications under consideration

By Nirvay

Leave a Reply

Your email address will not be published. Required fields are marked *