ଚଳିତ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା। ଏଥିରେ ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ ହେବେ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି ସପ୍ତାହରେ ସାରା ଓଡ଼ିଶାରେ ମୋଟ ୪,୫୭,୬୮୧ ଜଣ ମହିଳାଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ। ଏଥିରେ ନୂତନ ହିତାଧିକାରୀ ଏବଂ ପୂର୍ବରୁ ବାଦ ଦିଆଯାଇଥିବା କିନ୍ତୁ ଯାଞ୍ଚ ପରେ ପୁନଃ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଉଭୟ ଅନ୍ତର୍ଭୁକ୍ତ। ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧୀକାରୀ ଓ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏହିତ୍ର ପୁଣି ଥରେ ସାମିଲ୍ କରାଯିବ । ବାଦ୍ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିପରି ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟ। ନୂଆ କରି ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା। ୫୦୦୦ ଟଙ୍କା ଲେଖାଏଁ ପାଇବେ। ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡିଥିଲେ ସେମାନେ ସମସ୍ତ ଏକାଥରେ କିସ୍ତି ପାଇବେ। ସେହିପରି ଅଭିଯୋଗ ଶୁଣାଣିରେ ୨୪ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। Post navigation Odisha Court Bomb Threat: ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ OMSA Withdraws Protest: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ