ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ ଏସଡ଼ିଜେଏମ୍ କୋର୍ଟରେ ଦାଖଲ କଲା ପୋଲିସ । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ଆଜି ଅପରାହ୍ନରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟ୍ ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ । ପୁଲିସ ପକ୍ଷରୁ ଏହି ବିଶାଳ ରିପୋର୍ଟକୁ ଏକ ସ୍ୱତନ୍ତ୍ର ଟ୍ରଙ୍କ୍ ମାଧ୍ୟମରେ କୋର୍ଟକୁ ଅଣାଯିବାର କରାଯାଇଛି । ଗତ ଡିସେମ୍ବର ୯ ତାରିଖରେ ପୁଲିସ ଏହି ମାମଲାର କେସ୍ ଡାଏରୀ ବା ସିଡ଼ି (CD) କୋର୍ଟରେ ଦାଖଲ କରିଥିଲା । ଏହି ମାମଲାରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି । ଏହି ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । Post navigation Ama Bus Accident: ଆମ ବସ୍ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ; ବସ୍ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ Khariar King Passed Away: ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଦେହାନ୍ତ