ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ଗାଁରେ ଥିବା ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ବେଳେ ସେଥିରୁ ୨ଟି ଝିଟିପିଟି ବାହାରିଥିଲା। ପରେ ଛାତ୍ରଛାତ୍ରୀଙ୍କ ପେଟ ବ୍ୟଥା ହେବା ସହ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ଆଗରେ ପ୍ରତିବାଦ କରିଥିବା ବେଳେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *