ଦେଶର ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ଆଜି ପୁଣି ୧୦୦ରୁ ଅଧିକ ବିମାନ ବାତିଲ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶନିବାର ଦିନ ସକାଳେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା, ଯାହାଫଳରେ ବିମାନ ଉଡ଼ାଣ ଏବଂ ଅବତରଣରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ଆସିବାକୁ ଥିବା ୬୬ ଓ ଛାଡ଼ିବାକୁ ଥିବା ୬୩ ବିମାନର ଉଡ଼ାଣ ବାତିଲ ହୋଇଥିବା ଜଣାପଡ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ, ଆଗାମୀ କିଛି ଦିନ ମଧ୍ୟରେ ରାତି ଏବଂ ସକାଳ ସମୟରେ ଘନକୁହୁଡ଼ି ଜାରି ରହିବ । IMD ଦିଲ୍ଲୀ ପାଇଁ ଆଂଶିକ ମେଘୁଆ ଆକାଶ ପୂର୍ବାନୁମାନ କରିଛି । ପୂର୍ବରୁ ମଧ୍ୟ ଅନେକ ଥର ଘନ କୁହୁଡ଼ି ଓ ଧୂଆଁ ଧୂଆଁ ପରିବେଶ ପାଇଁ ଅନେକ ବିମାନ ବାତିଲ କରାଯାଇଛି । Post navigation Odisha Congress: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଯୁବ କଂଗ୍ରେସର ଅଣ୍ଡାମାଡ଼