ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ । ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ । ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ବାହାରିବେ । ଅସୁସ୍ଥ କହି ଯିଏ ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷା କରିବ । ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଏହା ସହ ମିଡିଆ କଭରେଜ୍ ଉପରେ ସର୍ତ୍ତ ଲାଗୁ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସଂପର୍କିତ କୌଣସି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ୍ କରାଯାଇଛି । ସେହିପରି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିବେ, ସମସ୍ତ ଗାଡ଼ି ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକୃତ ଭୋଟରଙ୍କର ଯାଞ୍ଚ ହେବ । ଭୋଟରଙ୍କୁ ପ୍ରଭାବିତ କଲା ଭଳି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ କରାଯାଇଛି । ୧୦ ତାରିଖ ସକାଳୁ ପୋଲିଂ ବୁଥ୍ ନିକଟକୁ ପୋଲିଂ ଅଧିକାରୀ ବାହାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *