ଦୋଷୀ ସାବ୍ୟସ୍ତ ହେଲେ ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ୨୦୨୪ ନରସଂହାର ମାମଲାରେ ବାଂଲାଦେଶ କୋର୍ଟଙ୍କ ଦଣ୍ଡାଦେଶ। ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ନେଇ ହୋଇଥିଲା ମାମଲା। ହାସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଇସିଟି। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ସେହିପରି ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ଶେଖ୍‌ ହାସିନାଙ୍କ ନାଁରେ ମାମଲା ହୋଇଥିଲା। କୋର୍ଟ ଜୁଲାଇ ବିଦ୍ରୋହ ପାଇଁ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି।

ସୂଚନା ଯୋଗ୍ୟ, ଜୁଲାଇରେ ଆନ୍ଦୋଳନ ସମୟରେ ହୋଇଥିବା ମୃତ୍ୟୁ ପାଇଁ ଶେଖ ହସିନା ଦାୟୀ ଥିବା ଅଭିଯୋଗ ହୋଇଥିଲା। ବିକ୍ଷୋଭକାରୀଙ୍କୁ ସେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗିରଫ ପରୱାନା ଜାରି କରିଥିଲେ। ହାସିନା ଏହି ଘଟଣାରେ ମାନବତା ବିରୋଧରେ ଅପରାଧ ସହ ଜଡ଼ିତ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ। କୋର୍ଟ ଜୁଲାଇ ବିଦ୍ରୋହ ପାଇଁ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି।

Leave a Reply

Your email address will not be published. Required fields are marked *