ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ OSDMA ଦୁଇଟି ପ୍ରମୁଖ ସଂସ୍ଥା ୟୁଏନଡିପି ଏବଂ ସିଭିକଡାଟାଲାବ୍ ସହିତ ୨ଟି ବୁଝାମଣା ପତ୍ର (MoU) ସ୍ବାକ୍ଷର କରିବାକୁ ଯାଉଛି। ବ୍ୟାପକ ବିପଦ, ରିସ୍କ ଏବଂ ଦୁର୍ବଳତା ଆକଳନ ପାଇଁ ୟୁଏନ୍ଡିପି ସହିତ ଚୁକ୍ତିନାମା କରାଯିବ। ବିପର୍ଯ୍ୟୟ ବିପଦ ହ୍ରାସ ଡିପିଆର୍ ପ୍ରସ୍ତୁତି ନିମନ୍ତେ ସିଭିକଡାଟାଲାବ୍ ସହିତ ଭାଗିଦାରୀ କରାଯିବ।ଏହି ଚୁକ୍ତିନାମା ମାଧ୍ୟମରେ ବିପର୍ଯ୍ୟୟ ବିପଦ ପରିଚାଳନାକୁ ଅଧିକ ସୁଦୃଢ଼ ଓ ବୈଜ୍ଞାନିକ ଉପାୟରେ କାର୍ଯ୍ୟକାରୀ କରିବା ପାଇଁ ରଣନୈତିକ ସହଯୋଗ ପ୍ରଦାନ କରାଯିବ। Post navigation Big Relief for SC/ST Students: ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ୬ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଫି’: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି Mohan Majhi and Naveen Patnaik Head to Delhi: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ