ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଉଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ କ୍ଷୋଭ ପ୍ରକାଶ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ଜୁନ୍ ରେ ଟାଉନ୍ ଥାନା ବିଜିପୁର ପୋଲିସ କଲୋନୀରୁ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କ ଦୁଇଥର ମୃତ୍ୟୁକାଳୀନ ଜବାନବନ୍ଦୀ ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *