ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ ଆଇଏଏସ୍ ଉଷା ପାଢ଼ୀ । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଷା ପାଢ଼ୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ ଅବମାନନା ମାମଲା ରଦ୍ଦ କରିଛନ୍ତି ହାଇକୋର୍ଟ। ସେହିପରି ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କ ବିରୋଧରେ ବି ମାମଲା ରଦ୍ଦ କରାଯାଇଛି। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡିଛନ୍ତି ଜିଲ୍ଲାପାଳ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜବାବ ତଲବ କରାଯାଇଛି । ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରସ୍ତାବିତ ଅଭୟାରଣ୍ୟକୁ କାର୍ଯ୍ୟକାରୀ କରିବାରେ ଦୀର୍ଘ ସମୟ ଧରି ନିଷ୍କ୍ରିୟତା ପାଇଁ ଏହି ଅବମାନନା ନୋଟିସ ଆସିଛି । ୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ବିଜ୍ଞପ୍ତିର ୩୯ ବର୍ଷ ପରେ ବି ଜମି ଅଧିଗ୍ରହଣ ହୋଇନାହିଁ। ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ମଧ୍ୟ ହୋଇନାହିଁ। ଏହି ମାମଲାରେ ୨୦୨୪ ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ। ଏଥିରେ ଖିଲାପ ହୋଇଥିବାରୁ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ସୂଚନା ଅନୁସାରେ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟ ଗତ ୨୪ ତାରିଖିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ଓଡ଼ିଶା ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଲାନିଂ ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କୁ ହାଇକୋର୍ଟରେ ହାଜର କରାଇବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାହିଁକି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇନାହିଁ ସେ ସମ୍ପର୍କରେ ଜବାବ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି। Post navigation Smart Meter Scam: स्मार्ट मीटर स्कैम: 488 करोड़ का ‘स्मार्ट’ घोटाला?