ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଦୁର୍ଘଟଣା ଘଟଣାରେ ଡାଲମିଆ ସିମେଣ୍ଟର କେପି ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ । ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ । ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ । ଯେପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ କାମ ନସରିଛି, ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ; ଗତ ୧୬ ତାରିଖ ଗୁରୁବାର ଅପରାହ୍ନ ସାଢେ ୫ଟାର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ୍ ର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ଗଚ୍ଛିତ ଥିବା ୮୦୦ ଟନ୍‌ କୋଇଲା ଗୁଣ୍ଡ ଅଜାଡ଼ି ହୋଇ ପଡ଼ିଥିଲା । ଫଳରେ ହପରରେ ଗଚ୍ଛିତ ଶହ ଶହ ଟନ କୋଇଲା ତଳେ କାର୍ଯ୍ୟରତ କେତେଜଣ କର୍ମଚାରୀ ପୋତି ହୋଇ ଯାଇଥିଲେ। ଦୁର୍ଘଟଣାର ୫ ଘଣ୍ଟା ପରେ ୩ଜଣ କର୍ମଚାରୀ ନିଖୋଜ ଥିବା ତହସିଲଦାର ସ୍ପଷ୍ଟ କରିଥିଲେ ।  ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ଏହାପରେ ପ୍ରତି ମୃତକଙ୍କ ପରିବାରକୁ ପ୍ଲାଣ୍ଟ ପକ୍ଷରୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *