ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଚଳତବର୍ଷ ରାଜଧାନୀରେ ଗଣେଶ ପୂଜା ଭସାଣୀ ବେଳେ ବାଜିବ ନାହିଁ ଡିଜେ । ଗଣେଶ ପୂଜା ଓ ଭସାଣି ଉତ୍ସବକୁ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବନ୍ଦ କରାଯାଇଛି । ଆଜି କମିଶନରେଟ ପୋଲିସର ଏହିଭଳି ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଡିଜେ ମାଲିକ। ସେଥିପାଇଁ ପୋଲିସ କମିଶନର କାର୍ଯ୍ୟାଳୟ ଘେରିବା ସହ ଡିଜେ ବନ୍ଦ କରାଯିବା ନିଷ୍ପତିର ପୁନର୍ବିଚାର କରିବା ପାଇଁ ଡିଜେ ମାଲିକ ସଂଘ ଦାବି କରିଛି। ଏହି ବିକ୍ଷୋଭରେ ଶତାଧୂକ ଡିଜେ ମାଲିକ ସାମିଲ ହୋଇଥିବାର ଦେଖାଯାଇଛି ।

Leave a Reply

Your email address will not be published. Required fields are marked *