ବିଧାନସଭା ଗୃହରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି ପ୍ରସଙ୍ଗ । ଶୂନ୍ୟକାଳରେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ ଓ ଶାସକ ଦଳ । ଦରମା ବୃଦ୍ଧି ସହ ପୂର୍ବତନ ସଦସ୍ୟଙ୍କ ପେନସନ୍ ଦାବି କରାଯାଇଛି । ଭାସ୍କର ମଢ଼େଇଙ୍କ କମିଟି ରିପୋର୍ଟ ଆଧାରରେ ଦରମା ଏବଂ ପେନସନ ବୃଦ୍ଧି କରିବାକୁ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଦାବି କରିଥିବାବେଳେ ବିଜେପି ସଦସ୍ୟ ମଧ୍ୟ ସମର୍ଥନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । Post navigation ଖୁବଶୀଘ୍ର ୧୦ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି: ଗଣଶିକ୍ଷା ମନ୍ତ୍ରୀ ମିଆଁମାରରେ ଦୁଇ ଥର ବଡ ଧରଣର ଭୂକମ୍ପ