ଅପରେସନ୍‌ ସିନ୍ଦୂରକୁ ନେଇ ଆଜି ଭାରତର ତିନି ସେନାର ପ୍ରେସ୍‌ମିଟ୍‌ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୯ ଆତଙ୍କୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରିଥିଲେ। ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସ୍ପଷ୍ଟ କଲେ ଏହାର ଭିଡିଓ ଦେଖାଇ ଏହାର ପ୍ରମାଣ ରଖିଲେ ।

ପ୍ରେସମିଟ୍‌ ମାଧ୍ୟମରେ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ, ଅପରେସନ ସିନ୍ଦୁରର ଲକ୍ଷ୍ୟ ଆତଙ୍କବାଦୀ ଷଡଯନ୍ତ୍ରକାରୀ ଏବଂ ସେମାନଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା। ଆମେ ସୀମା ଆରପାରିରେ ଆତଙ୍କୀ ଶିବିର ଏବଂ କୋଠାଗୁଡ଼ିକୁ ଚିହ୍ନଟ କରିଥିଲୁ। ଗୁଇନ୍ଦା ସଂସ୍ଥାଗୁଡ଼ିକଠାରୁ ଏହାର ନିଶ୍ଚିତତା ପରେ ୯ ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ଏଥିରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି ହେଲେ ଏସବୁ ଆମ ଦ୍ୱାରା ପଣ୍ଡ ହୋଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି । କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି । ମେ ୭ରୁ ୧୦ ମଧ୍ୟରେ ହୋଇଥିବା ଅପରେସନରେ ୩୫ରୁ ୪୦ ପାକ୍ ସେନା ମରିଛନ୍ତି ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି ବୋଲି ଡିଜିଏମଓ ସୂଚନା ପ୍ରଦାନ କରିଛନ୍ତି ।

ସେହିପରି ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ, “ଅପରେସନ୍ ସିନ୍ଦୁର ପରେ କିଛି ଏୟାରଫିଲ୍ଡ ଏବଂ ଡମ୍ପ ଉପରେ ନିରନ୍ତର ବିମାନ ଆକ୍ରମଣ ହୋଇଥିଲା, ଯାହାକୁ ସବୁକୁ ପଣ୍ଡ କରାଯାଇଥିଲା। ପାକିସ୍ତାନୀ ସେନା ରିପୋର୍ଟ କରିଛି ଯେ, ମେ ୭ ରୁ ୧୦ ତାରିଖ ମଧ୍ୟରେ ନିୟନ୍ତ୍ରଣ ରେଖାରେ ତୋପ ଏବଂ ଛୋଟ ଅସ୍ତ୍ର ଗୁଳିଚାଳନା ଯୋଗୁଁ ଏହାର ପ୍ରାୟ ୩୫ ରୁ ୪୦ ସୈନିକଙ୍କ ମୃତ୍ୟୁ ହୋଇଛି।”ଭାରତୀୟ ନୌସେନା ମେ ୯ ରାତିରେ ପାକିସ୍ତାନର ସମୁଦ୍ରୀ ସୀମାରୁ ଏହାର ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ କରାଚି ବନ୍ଦର ସହିତ ଅନେକ ଲକ୍ଷ୍ୟକୁ ନିଶାଣ କରିବା ଏବଂ ଧ୍ଵଂସ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ। କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶର ଅପେକ୍ଷାରେ ଥିଲା ନୌସେନା। ଭାଇସ ଭାରତୀୟ ନୌସେନା ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୂର୍ଣ୍ଣ ସକ୍ଷମ ।

ଡିଜିଏନଓ କହିଛନ୍ତି, ଭାରତୀୟ ନୌସେନା ପାକିସ୍ତାନର ନୌସେନା ଓ ଏହାର ଏରିୟଲ ୟୁନିଟ୍‌କୁ ରକ୍ଷାତ୍ମକ ମୁଦ୍ରାରେ ରହିବାକୁ ବାଧ୍ୟ କରିଥିଲା। କରାଚି ବନ୍ଦର ଭିତରେ ଏବଂ  ସମୁଦ୍ର ତଟରୁ ସେମାନେ ଆମ ଉପରେ ଲଗାତାର ନଜର ରଖିଥିଲେ। ଭାରତୀୟ ନୌସେନା ପାକିସ୍ତାନର କୌଣସି ବି ପ୍ରକାରର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଣ୍ଣାୟକ ଜବାବ ଦେବାକୁ ସମୁଦ୍ରରେ ସକ୍ରିୟ ଅଛନ୍ତି।

ଏହି ଅପରେସନରେ କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି ଯିଏକି କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ପ୍ରେସମିଟରେ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ସେହିପରି ମେ ୮ ଏବଂ ୯ ରାତିରେ ଶ୍ରୀନଗରରୁ ଗୁଜରାଟର ନାଲିଆ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା ଯାହାକୁ ଆମେ ପଣ୍ଡ କରିଦେଇଥିଲୁ । ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଯଦି ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରେ ତେବେ ଆମେ ଏହାର ଉଚିତ୍‌ ଜବାବ ଦେବୁ ବୋଲି ସେନା ମୁଖ୍ୟ କହିଛନ୍ତି।

ଏୟାର ମାର୍ଶାଲ ଏ.କେ. ଭାରତୀ କହିଛନ୍ତି ଯେ, “୮ ଏବଂ ୯ ତାରିଖ ରାତିରେ, ରାତି ୧୦:୩୦ ରୁ ଶ୍ରୀନଗରରୁ ନଲିଆ ପର୍ଯ୍ୟନ୍ତ ଆମ ସହରଗୁଡ଼ିକ ଉପରେ ଡ୍ରୋନ୍, ମାନବହୀନ ବାୟୁଯାନ ଦ୍ୱାରା ଏକ ବଡ଼ ଆକ୍ରମଣ କରାଯାଇଥିଲା। ଆମେ ପ୍ରସ୍ତୁତ ଥିଲୁ ଏବଂ ଆମର ବାୟୁ ପ୍ରତିରକ୍ଷା ପ୍ରସ୍ତୁତି ନିଶ୍ଚିତ କରିଥିଲା ଯେ, ଶତ୍ରୁ ଦ୍ୱାରା ଭୂମିରେ କୌଣସି ଉଦ୍ଦେଶ୍ୟମୂଳକ ଲକ୍ଷ୍ୟସ୍ଥଳକୁ କ୍ଷତି ପହଞ୍ଚାଯାଇ ପାରିନାହିଁ।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନର ଏହି ଆକ୍ରମଣର ଜବାବରେ ଆମେ ପୁଣି ଥରେ ଗୁଜରାନୱାଲାରେ ସାମରିକ ପ୍ରତିଷ୍ଠାନ ଏବଂ ନିରୀକ୍ଷଣ ରାଡାର ସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିଲୁ। ସକାଳ ପର୍ଯ୍ୟନ୍ତ ଡ୍ରୋନ୍ ଆକ୍ରମଣ ଜାରି ରହିଥିଲା, ଯାହାକୁ ଆମେ ପ୍ରତିହତ କରିଥିଲୁ। ଯେତେବେଳେ ଲାହୋର ନିକଟବର୍ତ୍ତୀ କୌଣସି ସ୍ଥାନରୁ ଡ୍ରୋନ ଆକ୍ରମଣ କରାଯାଉଥିଲା, ଶତ୍ରୁପକ୍ଷ କେବଳ ସେମାନଙ୍କର ନିଜସ୍ୱ ବିମାନ ନୁହେଁ ବରଂ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନକୁ ମଧ୍ୟ ଲାହୋର ଉପରେ ଉଡ଼ାଣ କରିବାକୁ ଦେଇଥିଲା, ଯାହା ବହୁତ ସମ୍ବେଦନଶୀଳ ଥିଲା ଏବଂ ଆମକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *