ସରିନି ଅପରେସନ ସିନ୍ଦୂର। ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଉଭୟ ଦେଶ ସହମତି ଜଣାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମରିକ ଲକ୍ଷ୍ୟ ପୂରଣ ହୋଇଛି କହିଛନ୍ତି ମୋଦି । ସେ କହିଛନ୍ତି ଅପରେସନରେ ସିନ୍ଦୂରରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି । ବାହାୱଲପୁର, ମୁର୍ଦ୍ଦିକେ, ମୁଜାଫରବାଦ କ୍ୟାମ୍ପ ମାଟିରେ ମିଶିଛି । ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି । ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର୍ ଆତଙ୍କବାଦ ଜଡ଼ିତ । ସୀମା ପାର୍ ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ବାତିଲ୍ କାଏମ୍ ରହିବ । ମନୋସ୍ତାତ୍ତ୍ବିକ ବଜୟ- ଘରେ ପଶି ମାରିଲୁ । ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ଼ ସଫଳତା ମିଳିଛି । ଏହା ସହ ପ୍ରଧାନମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ସରିନି ଅପରେସନ ସିନ୍ଦୂର । ପାକିସ୍ତାନ ଗୁଳି ଫୁଟାଇଲେ ଆମେ ଗୋଳାରେ ଜବାବ ଦେବୁ । ସେପଟୁ ଗୁଳି ମାଡ଼ ହେଲେ ଏପଟୁ ଗୋଳା ବର୍ଷିବ । ଏଥିସହିତ କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ । ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ କଥା ହେବୁ । ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି । ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ।bଆମେ କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ । Post navigation ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ