ଅପରେସନ୍ ଅନ୍ବେଷଣ-୨ରେ ୫୪୫୧ ନିଖୋଜ ବ୍ୟକ୍ତି ଉଦ୍ଧାର ।ପରିବାରଠାରୁ ବିଚ୍ଛିନ୍ନ ୫୪୫୧ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର । ଡିଜିପି ଖୁରାନିଆଙ୍କ ନିର୍ଦ୍ଦେଶରେ ଚାଲିଥିଲା ଅପରେସନ୍ ଅନ୍ବେଷଣ-୨ । ଅଭିଯାନରେ ସବୁ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ ସାମିଲ ଥିଲେ । ଏ ନେଇ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଡିଜିପିଙ୍କ ନିର୍ଦ୍ଦେଶରେ ଗତ ୨୧ ଜାନୁଆରୀରୁ ୩୦ ଜାନୁଆରୀ ରାଜ୍ୟ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ଅପରେସନ୍ ଅନ୍ୱେଷଣ–୨’ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ରେକର୍ଡ ସଂଖ୍ୟକ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସେଥିରୁ ମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ପୁରୀ ଜିଲ୍ଲା ପୋଲିସ ସର୍ବାଧିକ ୬୧୩ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ବେଳେ କଟକ ଜିଲ୍ଲା ୫୦୧ ଜଣ, ଭଦ୍ରକ ଜିଲ୍ଲା ୪୨୯ ଜଣ ଉଦ୍ଧାର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ୪୧୩ ଜଣ, କେନ୍ଦ୍ରାପଡ଼ା ୩୪୬ ଜଣ, ଯାଜପୁର ୨୭୧ ଜଣ, ବରଗଡ଼ ୨୩୬ ଜଣ, ଅନୁଗୁଳ ୨୧୦ ଜଣ, ଢେଙ୍କାନାଳ ୨୦୬ ଜଣ, ଜଗତସିଂପୁର ୧୭୭ ଜଣ, ନୂଆପଡ଼ା ୧୭୩ ଜଣ, ବ୍ରହ୍ମପୁର ୧୭୦ ଜଣ, କେଉଁଝର ୧୬୧ ଜଣ, ସୁନ୍ଦରଗଡ ୧୩୫ ଜଣ, କଟକ ସହରାଞ୍ଚଳ ୧୩୪, କଳାହାଣ୍ଡି ୧୩୩ ଜଣ, ନୟାଗଡ ୧୨୭ ଜଣ, ବାଲେଶ୍ଵର ୧୨୫ ଜଣ, ମୟୂରଭଞ୍ଜ ୧୧୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କୁ ପରିବାର ସହ ପୁନଃମିଳନ କରାଇବା ସହ ଆବଶ୍ୟକ ସୁବିଧା ସୁଯୋଗ ନିଶ୍ଚିତ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ଅଟେ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଓ ସହରାଞ୍ଚଳ ପୋଲିସର ସମନ୍ୱିତ ଓ ସକ୍ରିୟ କାର୍ଯ୍ୟଦକ୍ଷତା ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି। Post navigation Global Eco-tourism Hub of Satkosia: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍; ବ୍ୟୟ ହେବ ୧୦୦ କୋଟି Pending BSNL Dues: BSNLର ବକେୟା ଅର୍ଥ ୨୮.୫୪ କୋଟି ଟଙ୍କା ଦେୟ ପରିଶୋଧ ପାଇଁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ