ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ । କେବଳ ବିଜେପି କଂଗ୍ରେସ ଲଢେଇ ହେବ । ବିଜେଡି ହାତ ଟେକି ଦେଇ କେବଳ ଟୋକେନ୍ ପ୍ରାଥି ଦେବ । ନୂଆପଡାରେ ବଡ଼ ରାଜନୈତିକ ଡେଭଲପମେଣ୍ଟ ହେଉଛି। ଏଥିରେ କଂଗ୍ରେସ ପୋଜିସନ ବହୁତ ଭଲ ରହିଛି । ସେ ଆଉ ମଧ୍ୟ କହିଛନ୍ତି ନୂଆପଡ଼ାର କଂଗ୍ରେସ ପାର୍ଥି ଜଣେ ସାଲିସ ବିହୀନ ସଂଗ୍ରାମୀ । ସିଏ ସୁଖଦୁଃଖରେ ଲୋକଙ୍କ ସହ ରହିଛନ୍ତି । ପୂର୍ବ ନିର୍ବାଚନରେ ଆମେ ତାଙ୍କୁ ଟିକେଟ ଦେଇପାରିନଥିଲୁ ଏବେ ଆମେ ଆମ ଭୁଲ ସଂଶୋଧନ କରି ତାଙ୍କୁ ଟିକେଟ ଦେଇଛୁ । ସେଠାରେ କଂଗ୍ରେସ ଦଳ ସହ ମୋର ମଧ୍ୟ ପକେଟ ଭୋଟ ରହିଛି, ତାହା ଆମକୁ ଜିତେଇ ଦେବ । ଭକ୍ତ ଦାସ କହିଛନ୍ତି, ନୂଆପଡରେ ବର୍ତ୍ତମାନର ଯେଉଁ ରାଜନୈତିକ ମାହୋଲ ରହିଛି, ଜଣା ପଡୁଛି ବିଜେପି ଏବଂ ବିଜେଡି କର୍ମକର୍ତାଙ୍କ ଅସନ୍ତୋଷ ହିଁ ବିଜେପି ପାର୍ଥୀଙ୍କୁ ପରାଜିତ କରାଇବ । ବିଜେଡି ଭୋଟ ଆମ ପାଖକୁ ଆସିବ । ସେମାନେ ହାର ମାନି ସାରିଲେଣି । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଜୟ ଢୋଲକିଆ ଙ୍କ ପାଇଁ ଲୋକଙ୍କ ମନରେ ନିଶ୍ଚିତ ସିମ୍ପାଥି ଥିଲା, କିନ୍ତୁ ବିଜେଡି ଛାଡିକି ଜୟ ଢୋଲକିଆ ନିନ୍ଦିତ ହୋଇଛନ୍ତି ଏବେ ସେହି ସିମ୍ପାଥି ଆଉ ଜୟ ଙ୍କୁ ମିଳିବ ନାହିଁ । ସେ ଆଉ ମଧ୍ୟ କହିଛନ୍ତି ଜୟ ଢୋଲକିଆ ସ୍ବର୍ଗତ ରାଜେନ୍ଦ୍ର ବାବୁଙ୍କ ସହ କଣ ସମ୍ପର୍କ ତାହା ଆପଣ ଜାଣିଥିବେ । ଆସନ୍ତା ୧୯ ତାରିଖରେ ପାର୍ଥୀପତ୍ର ଦାଖଲ କରିବ କଂଗ୍ରେସ । ସମସ୍ତ ବରିଷ୍ଠ ନେତାଙ୍କ ସହ ବିରାଟ ଶୋଭାଯାତ୍ରାରେ ପାୱାର ସୋ ଦେଖେଇ ପାର୍ଥୀପତ୍ର ଦାଖଲ କରିବେ ଘାସିରାମ ମାଝୀ । Post navigation ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଟିମ୍ ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ