ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ଏ ନେଇ ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ଏତଲା । ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି । ଅନ୍‌ଲାଇନ ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନାହିଁ । କିଭଳି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରୁଛନ୍ତି । ଅବଢ଼ା ବିଜ୍ଞାପନ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏକ ଫୁଡ୍ ଆପ୍ଲିକେସନର ବିଜ୍ଞାପନରେ ମାତ୍ର ୪୯ ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ରହିଥିଲା।

ସେ ଆଉ ମଧ୍ୟ କହିଛନ୍ତି କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ବୋଲି ଏହି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ ବିଜ୍ଞାପନ ଦେଇଥିଲା । ତେବେ ମାମଲା ନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *