ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ସହ ପବନ ଯୋରେ ହେବାର ଦେଖା ଯାଇଛି । ଏହି ମଧ୍ୟରେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ବାତ୍ୟା ସମୟରେ କିଛି ଅସୁବିଧାରେ ପଡ଼ିଲେ ପ୍ରଶାସନର ସହଯୋଗ ଲୋଡ଼ିବାକୁ ହେଲେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ନମ୍ବର ଏବଂ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ୧୪ଟି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଫୋନ ନମ୍ବର ଜାରି କରାଯାଇଛି ।

କଣ୍ଟ୍ରୋଲ ରୁମ୍ ନମ୍ବର:-

ବାଲେଶ୍ଵର:- ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭

ମୟୂରଭଞ୍ଜ:- ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧

ଭଦ୍ରକ:- ୦୬୭୮୪-୨୫୧୮୮୧

ଯାଜପୁର:- ୦୬୭୨୮-୨୨୨୬୪୮

କେନ୍ଦ୍ରାପଡ଼ା:- ୦୬୭୨୭-୨୩୨୮୦୩

କେନ୍ଦୁଝର:- ୦୬୭୬୬-୨୫୫୪୩୭

ଜଗତ୍‌ସିଂହପୁର:- ୦୬୭୨୪-୨୨୦୩୬୮

କଟକ:- ୦୬୭୧-୨୫୦୭୮୪୨

ଢେଙ୍କାନାଳ:- ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬

ଅନୁଗୁଳ:- ୦୬୭୬୪-୨୩୦୯୮୦

ପୁରୀ:- ୦୬୭୫୨-୨୨୩୨୩୭

ଖୋର୍ଦ୍ଧା:- ୦୬୭୫୫-୨୨୦୦୦୨

ଗଞ୍ଜାମ:- ୦୬୮୧୧-୨୬୩୯୭୮

ନୟାଗଡ଼:-୦୬୭୫୩-୨୫୨୯୭୮

ଜରୁରୀ କାଳୀନ ନମ୍ବର:-

ରାଜ୍ୟ ସରକାର:- ୧୦୭୦

ଏନଡିଆରଏଫ (NDRF):- ୦୧୧-୨୪୩୬୩୨୬୦

ଭାରତୀୟ ପାଣିପାଗ ବିଭାଗ (IMD):- ୦୬୭୪-୨୪୩୧୧୫୫

Leave a Reply

Your email address will not be published. Required fields are marked *