ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଜେଇଇ -୨୦୨୫ ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି । ଏବେ ପରୀକ୍ଷାର୍ଥୀ ମାନେ ଓଜେଇଇ ୱେବସାଇଟ (www.ojee.nic.in) ରୁ ନିଜ ନିଜର ରାଙ୍କ୍ କାର୍ଡ ପାଇପାରିବେ । ଚଳିତ ବର୍ଷ ଅନୁରାଗ ମିଶ୍ର ହେଲେ ଏମ୍ବିଏ ଟପ୍ପର। ସେହିପରି ଯତୀନ ମେହେର-ବି.ଫାର୍ମ ଓ ଏସ୍ . ସିସେନ୍ଦ୍ରି ଏମ୍ସିଏ ଟପ୍ପର ହୋଇଛନ୍ତି । ଏମ୍.ଫାର୍ମରେ ଟପ୍ପର ହୋଇଛନ୍ତି ହିତେଶ କୁମାର ଧଳ। ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର ଏବଂ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ୍. ପ୍ଲାନ ଟପ୍ପର ହୋଇଛନ୍ତି। ସୂଚନା ଯୋଗ୍ୟ; ମେ’ ୨ ତାରିଖରୁ ୧୨ ତାରିଖ ଯାଏ ଓଜେଇଇ ୨୦୨୫ ଅନୁଷ୍ଠିତ ହୋଇଥିଲା। ୩ଟି ସିପ୍ଟରେ ପରୀକ୍ଷା ହୋଇଥିଲା। କମ୍ପ୍ୟଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା ହୋଇଥିଲା। ବିଶେଷକରି, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବ ବିଦ୍ୟାଳୟ ଏବଂ କଲେଜ୍ ରେ ବି.ଫାର୍ମା, ଏମସିଏ, ଏମବିଏ , ଏମଟେକ୍, ଇଣ୍ଟିଗ୍ରେଟେଟ୍ ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଟେକ୍ ଓ ଫାର୍ମା, ଏମ୍.ଆର୍କ, ଏମ୍ ପ୍ଲାନ୍,ବି.କାଟ୍ ପାଠ୍ୟକ୍ରମରେ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୦୩ ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ ୭୦ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏ ବର୍ଷ ସମୁଦାୟ ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬.୮୪ ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । Post navigation ଧାନ କିଣାକୁ ନେଇ ଆଉ ହେବ ନାହିଁ ସମସ୍ୟା: ଯୋଗାଣ ମନ୍ତ୍ରୀ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମା ସସ୍ପେଣ୍ଡ୍