ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ୍ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ୍ ଜାରି ହୋଇଛି । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସାଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍ ବାଧ୍ଯତାମୂଳକ କରାଯାଇଛି । ଏହା ସହ ଝିଅଙ୍କ ପାଇଁ ଦୁପଟା ବା ଓଢଣୀ ବାରଣ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ପ୍ୟାଣ୍ଟ , ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି । Post navigation ବଢ଼ିଲା ଖରିଫ ଋତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ