Odisha withdraws decision to de-empanel 3 private banks
ଦେଶର ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କ ସହ ସମସ୍ତ ପ୍ରକାରର ବ୍ୟବସାୟିକ କାରବାର ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତିରୁ ଆଜି ରାଜ୍ୟ ସରକାର ଓହରି ଯାଇଛନ୍ତି ।
 
ରାଜ୍ୟ ସରକାର ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ହଟାଇଛନ୍ତି । ଏ ସମ୍ପର୍କରେ ଅର୍ଥ ବିଭାଗ ଆଜି ଏକ ବିଜ୍ଞପ୍ତି ଜାରି କରିଛି । ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଅର୍ଥ ସଚିବ ଚିଠି ଲେଖିଛନ୍ତି ।
 
ରାଜ୍ୟ ସରକାରଙ୍କ ବ୍ୟାଙ୍କ ସମ୍ପର୍କିତ ସବୁ କାମ ପୂର୍ବପରି ରହିବ । ମୁଖ୍ୟମନ୍ତ୍ରୀଙ୍କୁ ୩ ବ୍ୟାଙ୍କ କର୍ତ୍ତୃପକ୍ଷ ଭେଟି ଆଲୋଚନା ପରେ ଏହି ନିଷ୍ପତ୍ତି ବଦଳିଥିବା ସୂଚନା ମିଳିଛି ।
 
 
 
 
 
 
 

By Nirvay

Leave a Reply

Your email address will not be published. Required fields are marked *