ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଦେଶରେ ଶୀର୍ଷକୁ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଟୁରିଜିମ ହବ୍ ହେବ ଓଡ଼ିଶା ବୋଲି ଆଜି ସୂଚନା ଦେଇଛନ୍ତି ପର୍ଯ୍ୟଟନ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ୍ବରରେ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ୧୭ରୁ ୭କୁ ଆଣାଯିବ । ୨୯ ବେଳକୁ ଏହାକୁ ଆହୁରି କମାଇ ୩ରୁ ୧ ନମ୍ବରରେ ପରିଣତ ହେବ ଓଡ଼ିଶା ।

ପ୍ରଭାତୀ ପରିଡା ଆଉ ମଧ୍ୟ କହିଛନ୍ତି  କୋରାପୁଟ, କଳାହାଣ୍ଡିର ପ୍ରାଚୁର୍ଯ୍ୟ ବିଶ୍ଵକୁ ଦେଖାଇବୁ । ଆସନ୍ତା ଦିନରେ ଏହି ରାଙ୍କକୁ ବଢାଇ ୧ ନମ୍ବରକୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନା ଯୋଗ୍ୟ; ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ ଓଡିଶାରେ ହେବାକୁ ରହିଛି । ଏହି ସମୟରେ ଆସିଥିବା ନିବେଶକ ମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଯିବ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ରାଜ୍ୟ ପର୍ଯ୍ୟଟନରେ କେତେ ସମୃଦ୍ଧ ପ୍ରବାସୀ ଭାରତୀୟ ଦେଖିବା ।

Leave a Reply

Your email address will not be published. Required fields are marked *