ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ । ମାଓବାଦୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । କନ୍ଧମାଳରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସମୀକ୍ଷା କରି କହିଛନ୍ତି ଯେ ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୂଳପୋଛ ଟାର୍ଗେଟ୍ ରଖିଛନ୍ତି କେନ୍ଦ୍ର ସରକାର । ଅସ୍ତ୍ର ଛାଡ଼ି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି । ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି କରାଯାଇଛି । ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ ବୋଲି ଡିଜିପି କହିଛନ୍ତି । ଖୁରାନିଆ ପୁଣି କହିଛନ୍ତି ଯେ, ଗତ ବର୍ଷ ୫ ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଓଡିଶା ପୋଲିସକୁ ସଫଳତା ମିଳିଥିଲା । ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ । Post navigation Humane Sagar Death Mystery: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ