ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ାଉ କରାଯାଇଥିବା ସୂଚନା ।

ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ୨ ମହଲା ବିଶିଷ୍ଟ ଘର, ଭୁବନେଶ୍ବର ଗୋଠପାଟଣା ଥିବା ୩ ମହଲା ବିଶିଷ୍ଟ କୋଠା , ପୁରୀ ଖୁଣ୍ଟିଆ ବାଣପୁରରେ ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ ସମେତ ଖୋର୍ଦ୍ଧା ଟାଙ୍ଗୀରେ ସମ୍ପର୍କୀୟଙ୍କ ଘର ଓ ଅଫିସ୍ ଚାମ୍ବରରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି। ଏହି ଚଢାଉରେ ୮ ଜଣ ଡିଏସପି, ୩ ଜଣ ଇନସପେକ୍ଟରଙ୍କ ସମେତ ୧୦ ଏଏସଆଇ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *