ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ । ରାୟଗଡ଼ା କାଶିପୁର ବ୍ଲକର ୪ ଜଣ ସରକାରୀ ବାବୁଙ୍କୁ ବନ୍ଧିଲା ଭିଜିଲାନ୍ସ । ମନରେଗାରେ ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ କରାଯାଇଛି । ତେବେ ଗିରଫ ୪ ଜଣ ହେଉଛନ୍ତି ଜଳ ବିଭାଜିକା ବିଭାଗର ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ଥିବା ବେଳେ ମୂର୍ତ୍ତିକା ସଂରକ୍ଷଣ ବିଭାଗର ୩ କର୍ମଚାରୀ ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ, ଏବଂ ଶ୍ରୀକୁମାର ନାୟକ ରହିଛନ୍ତି । ସୂଚନା ଯୋଗ୍ୟ; ମନରେଗା ପୋଖରୀ ଖୋଳା ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ ହୋଇଥିଲା । ଏହି ସରକାରୀ ବାବୁ ମାନେ ସରକାରୀ ଟଙ୍କା ୨୦ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ । ରାୟଗଡାର କାଶୀପୁରରେ ୨୩ଟି ପୋଖରୀ ନ ଖୋଳି ଟଙ୍କା ହଡ଼ପ କରିଥିଲେ । ଏହି ଅଭିଯୋଗ ଆଧରରେ ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। Post navigation ଭୁବନେଶ୍ଵରରେ କରୋନା ଆକ୍ରାନ୍ତ୍ର ଚିହ୍ନଟ ଘଟଣା; ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ସଚିବ ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ବିଶ୍ୱ ଦେଖିଲା: ପ୍ରଧାନମନ୍ତ୍ରୀ ମୋଦି