ରାଜ୍ୟରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ପରିବହନ ମନ୍ତ୍ରୀ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଣିକି ସାଧାରଣ ଜନତା ହ୍ୱାଟସ୍ଆପ୍ ମାଧ୍ୟମରେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ। ପରିବହନ ବିଭାଗ ସମ୍ବନ୍ଧୀୟ ସାଧାରଣ ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ନୂଆ ହ୍ୱାଟ୍ସଆପ୍ ଆଧାରିତ ଅଭିଯୋଗ ପ୍ରତିକାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଦିନ ହ୍ୱାଟ୍ସଆପ୍ ମାଧ୍ୟମରେ ବିଭିନ୍ନ ଅଭିଯୋଗ ନେବୁ କେତେ ସମାଧାନ କଲୁ ତାର ବୁଲେଟିନ ବି ଦେବୁ । ଅଭିଯୋଗ ଶୁଣିବା ପାଇଁ ଆମେ ସତନ୍ତ୍ର ନମ୍ବର ବି ଦେଇଛୁ ନମ୍ବର ହେଲା ୬୩୭୧୯୧୨୭୧୮ । ମନ୍ତ୍ରୀ କହିଛନ୍ତି ପ୍ରତି ମଙ୍ଗଳବାର ଏହି ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ଅଭିଯୋଗଗୁଡ଼ିକର ସମୀକ୍ଷା କରାଯାଇ ଅଭିଯୋଗକାରୀଙ୍କୁ ଉତ୍ତର ଦିଆଯିବ। ପ୍ରତିଦିନ କେତୋଟି ଅଭିଯୋଗ ମିଳିଲା ଏବଂ ସେଥିରୁ କେତୋଟିର ସମାଧାନ ହେଲା, ସେ ନେଇ ଏକ ଦୈନିକ ବୁଲେଟିନ୍ ପ୍ରକାଶ ପାଇବ। Post navigation Ex-MLA Snehangini Chhuria’s Husband Suspended: ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ; SARCS ଦୁର୍ଗା ପ୍ରସାଦ ଛୁରିଆ ନିଲମ୍ବିତ